• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Hey Jibana!

Hey Jibana!

Paperback

General Poetry

ISBN10: 1645604691
ISBN13: 9781645604693
Publisher: Black Eagle Books
Published: Dec 28 2023
Pages: 150
Weight: 0.44
Height: 0.35 Width: 5.50 Depth: 8.50
Language: Oriya

ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।

Also from

Rath, Lingaraj

Also in

General Poetry