• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bijabapana

Bijabapana

Paperback

General Poetry

ISBN10: 1645604632
ISBN13: 9781645604631
Publisher: Black Eagle Books
Published: Oct 12 2023
Pages: 158
Weight: 0.46
Height: 0.37 Width: 5.50 Depth: 8.50
Language: Oriya

ମୋର ପ୍ରଥମ କବିତା ସଂକଳନ ବୀଜବପନର ଦ୍ୱିତୀୟ ସଂସ୍କରଣ ତେର ବର୍ଷ ପରେ ବାହାରିବା ବେଳକୁ ଅଦ୍ଭୂତ ଏକ ଭାବାବେଶ ଭିତରେ ମୁଁ ଆଚ୍ଛନ୍ନ ହେଇ ରହିଛି । କବିତା ସ୍ୱୟମ୍ଭୂ, ନିଜେ ନିଜକୁ ମାନୁଷୀ ଆଧାରରେ ଜାତ କରେ ବୋଲି ମୁଁ ବିଶ୍ୱାସ କରି ଆସିଛି । ପ୍ରକୃତି ଯେମିତି ସମସ୍ତଂକର କିଂତୁ କାହା କାହାର ପ୍ରାଣର ଉଦ୍ୱୋଧନ କରେ ସେମିତି କବିଆତ୍ମା ପାଠକ ପ୍ରାଣ ମଧ୍ୟରେ ପ୍ରବେଶ କରି ସଂଚାରିତ ହୁଏ । ବିଶ୍ୱାତ୍ମା ଯେ ସକଳ ପ୍ରାଣରେ ନିବାସ କରଂତି ଭଲ କବିତାର ଆଦର ତାକୁ ଆହୁରି ଥରେ ପ୍ରମାଣିତ କରେ ।ବୀଜବପନ କବିର ନିରୀହ ଉଦାସୀନ ସମୟର ବର୍ଣ୍ଣମାଳା । ଚାରିପାଶର ସବୁକିଛିକୁ ବିସ୍ମିତ ଆଖିରେ ଦେଖୁଥିବା କବିର ବାଲ୍ୟକାଳ । କବିତାର ଅସୀମ ସମ୍ଭାବନା ଓ ସଦର୍ଥକତାକୁ ଦେଖି ପାଠକ ସହ ଭାଗ କରିନେବାର ସମୟ । ସଂଚାରିଣୀ ଦୀପଶିଖାର ଆଲୋକ ପରି ଉଦବୁଦ୍ଧ କବି ଓ ପାଠକ ହାତକୁ ଓ ହୃଦୟକୁ ସଂଚରିଯାଇଛି ମୋର ଅଜ୍ଞାତରେ । ଏଇ ତେରବର୍ଷ ଭିତରେ କେତେ ଯେ ପାଠକ ତାଂକ ଅନୁଭୂତି ଭାଗ କରି ନେଇ ଅକାଳ ଦୀପାବଳି ଭଳି ମୋର ସମୟକୁ ଆଲୋକିତ କରିଛଂତି । ନହେଲେ ଓଡ଼ିଶାଠାରୁ ଦୂରରେ ଥାଇ କବିତାର ଗୋପନ ବଳୟ ଭିତରେ ଆତ୍ମଗୋପନ କରିଥିବା ମତେ କେମିତି ଖୋଜିନେଇଛଂତି ଦୀକ୍ଷିତ ସାହିତ୍ୟ ପାଠକମାନେ । ଓଡ଼ିଆ କବିତାର ସଂକଟ, ପାଠକ ଓ ସତ୍ ଗ୍ରାହକତାର ଅଭାବ ଭଳି ଆଲୋଚନା ଶୁଣୁଥିବା ବେଳେ ବୀଜବପନର ବିପୁଳ ପାଠକୀୟତା ମତେ ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଶାବାଦĠ

Also in

General Poetry